Jump to content

ଉଇକିପିଡ଼ିଆ:ଆଲୋଚନା ସଭା

ଏ ଫଳକ ବାବଦରେ

ଏହା ଓଡ଼ିଆ ଉଇକିଆଳିଙ୍କ ମଧ୍ୟରେ ଉଇକିପିଡ଼ିଆ ଏବଂ ଅନ୍ୟାନ୍ୟ ଉଇକିମିଡ଼ିଆ ବାବଦରେ ବିଭିନ୍ନ ଆଲୋଚନା ନିମନ୍ତେ । ଏଥିରେ ନିୟମାବଳୀ, ବୈଷୟିକ (technical) ଅସୁବିଧା ଓ ଅନ୍ୟାନ୍ୟ ଉଇକି ଭିତ୍ତିକ ଆଲୋଚନା ହୋଇଥାଏ ।


ସଞ୍ଚିତ ସଂସ୍କରଣ
ଅଭିଲେଖ ୧ ·  ·  ·  ·  ·  ·  ·  · ୦୯ · ୧୦ · ୧୧ · ୧୨ · ୧୩ · ୧୪ · ୧୫ · ୧୬ · ୧୭ · ୧୮ · ୧୯ · ୨୦ · ୨୧ · ୨୨ · [[ଉଇକିପିଡ଼ି

ଆ:ଆଲୋଚନା ସଭା/ଅଭିଲେଖ ୨୩|୨୩]]

ଶେଷଥର ଅଲୋଚନାଗୁଡିକ ୨୦୧୮-୦୭-୧୯ ଦିନ ଉଇକିପିଡ଼ିଆ:ଆଲୋଚନା ସଭା/ଅଭିଲେଖ ୨୩ରେ ସାଇତା ଯାଇଛି ।

ଟ୍ରେନ ଦ ଟ୍ରେନର - ୨୦୨୪, ଓଡ଼ିଶାରେ ଆୟୋଜନ କରିବା ବାବଦରେ ଆଲୋଚନା

36
Chinmayee Mishra (ଆଲୋଚନାଅବଦାନ)

ସାଦର ପ୍ରଣାମ ସଭିଙ୍କୁ, TTT/ଟିଟିଟି ବା ଟ୍ରେନ ଦ ଟ୍ରେନର ୨୦୧୩ ପରଠାରୁ ସବୁ ବର୍ଷ ସି.ଆଇ.ଏସ.-ଏ2କେ / CIS-A2K ଦ୍ଵାରା ଭାରତରେ ସକ୍ରିୟ ଥିବା ଉଇକି ସମ୍ପ୍ରଦାୟ ଗୁଡିକର ନୂଆ ଉଅଇକିଆଳି ମାନଙ୍କ ଦକ୍ଷତା ବୃଦ୍ଧି ତଥା ସହାୟତା ପାଇଁ ଆୟୋଜନ କରାଯାଇ ଆସୁଛି । ଆମ ଦଳରୁ ମଧ୍ୟ ଅତୀତରେ ଅନେକ ଉଇକିଆଳି (ମୃତ୍ୟୁଞ୍ଜୟ ଭାଇ, ସୁବାସ ସାର, ଜ୍ଞାନ ବାବୁ, ଶିତିକଣ୍ଠ ବାବୁ, ସଂଗ୍ରାମ ବାବୁ, ପ୍ରତୀକ, ଅଲିଭା ଦିଦି, ମୁଁ ନିଜେ) ଏହି ପ୍ରୋଗ୍ରାମର ପ୍ରତିଭାଗୀ ହୋଇଛୁ ଓ ଶୁଭ ଭାଇ କିଛି ବର୍ଷ ନିଜେ CIS-A2K ର କର୍ମଚାରୀ ତଥା ହୋଷ୍ଟ ଭାବରେ ଏହାକୁ ବାଙ୍ଗାଲୋରରେ ପରିଚାଳନା କରିଛନ୍ତି । ଚଳିତ ବର୍ଷ CIS-A2K ଦ୍ଵାରା ନୂଆ କରି ଆରମ୍ଭ କରାଯାଇଥିବା Community Collaboration ପ୍ରୋଗ୍ରାମରେ ଆମେ(ସଂଗ୍ରାମ ବାବୁ, ଜ୍ଞାନ ବାବୁ ଓ ମୁଁ ) ଓଡିଆ ଉଇକିଆଳି ୟୁଜର ଗ୍ରୁପ ତରଫରୁ ଟ୍ରେନ ଦ ଟ୍ରେନର - ୨୦୨୪ (ଅଗଷ୍ଟ ୧୫ - ସେପ୍ଟେମ୍ବର ୩୦ ଭିତରେ), ଓଡିଶାରେ ଆୟୋଜନ କରିବା ବାବଦରେ ଆଲୋଚନା ପାଇଁ ଇଚ୍ଚ୍ହୁକ ଅଛୁ । ଏ ନେଇ ଆପଣଙ୍କ ମତାମତ ଦେବାକୁ ଅନୁରୋଧ । --Maina ୨୧:୪୬, ୨ ଅପ୍ରେଲ ୨୦୨୪ (IST)

Ssgapu22 (ଆଲୋଚନାଅବଦାନ)

ଏହା ଆମ ପାଇଁ ଏକ ଭଲ ସୁଯୋଗ ହେବ ନିହାତି ।

Hellohappy (ଆଲୋଚନାଅବଦାନ)

ଆମ ୟୁଜର ଗ୍ରୁପରେ ତ କେହି ନୂଆ ଉଇକିଆଳି ନାହାନ୍ତି । ଏହାଦ୍ୱାରା ଆମ ୟୁଜର ଗ୍ରୁପର ଲାଭ କଣ ହେବ !

Chinmayee Mishra (ଆଲୋଚନାଅବଦାନ)

ଏହା କେବଳ ଆମର ନୁହେଁ, ବିଭିନ୍ନ କମ୍ୟୁନିଟିର ନୂଆ ଉଇକିଆଳିମାନଙ୍କ ଉନ୍ନତ୍ତି ପାଇଁ ଆବଶ୍ୟକ ପଦକ୍ଷେପ । ସେମିତିରେ ଆମେ ମାନେ ଏବେ ଯାଏଁ ଜାତୀୟ ସ୍ତରରେ କୌଣସି ପ୍ରୋଗ୍ରାମ ଆୟୋଜନ କରିନୁ । ଏହା ଆମ ପାଇଁ ଏକ ନୂଆ ଆରମ୍ଭ ହୋଇପାରିବ ବୋଲି ଭାବୁଛୁ ।

Chinmayee Mishra (ଆଲୋଚନାଅବଦାନ)

ଏହି ଆଲୋଚନା ବାବଦରେ ଆଗାମୀ ପଦକ୍ଷେପ ନେଇ ଆମେ ଆଗକୁ ବଢିଛୁ । ପ୍ରସ୍ତାବଟି ମେଟାରେ ଦେଖିପାରିବେ ।

Chinmayee Mishra (ଆଲୋଚନାଅବଦାନ)
Aliva Sahoo (ଆଲୋଚନାଅବଦାନ)

ପ୍ରସ୍ତାବଟି ଭଲ ରହିଛି । ଓଡ଼ିଆ ୟୁଜର ଗ୍ରୁପ ପାଇଁ ଏହା ଏକ ଭଲ ସୁଯୋଗ ହେବ । ହୁଏତ ଏହି ଉପାୟରେ ଆଗକୁ ଆମେ ଅନ୍ୟ କିଛି ବଡ଼ ବଡ଼ event ର ମଧ୍ୟ ଆୟୋଜନ କରିପାରିବା ।

Chinmayee Mishra (ଆଲୋଚନାଅବଦାନ)

ସାଦର ପ୍ରଣାମ ସଭିଙ୍କୁ, TTT/ଟିଟିଟି ବା ଟ୍ରେନ ଦ ଟ୍ରେନର ୨୦୨୪ ପାଇଁ ଓଡିଆ ଉଇକି ହୋଷ୍ଟ କମ୍ୟୁନିଟି ଭାବରେ ଆଜି ଇଣ୍ଡିଆ ମେଲିଂ ଲିଷ୍ଟରେ ଘୋଷଣା କରାଗଲା ଓ ଆବେଦନ ପ୍ରକ୍ରିୟା ଆରମ୍ଭ କରାଗଲା । ମତାମତ ପାଇଁ ସଭିଙ୍କୁ ଧନ୍ୟବାଦ । କିଛି ପଚାରିବାକୁ ଥିଲେ, ଏଇଠି ଆଲୋଚନାରେ ଲେଖିଦେବାକୁ ଅନୁରୋଧ ।

Chinmayee Mishra (ଆଲୋଚନାଅବଦାନ)

ସାଦର ପ୍ରଣାମ ସଭିଙ୍କୁ, TTT/ଟିଟିଟି ବା ଟ୍ରେନ ଦ ଟ୍ରେନର ୨୦୨୪ ପାଇଁ ଆବେଦନ ପ୍ରକ୍ରିୟା ଆଜି ରାତି ୧୨ଟା ରେ ଶେଷ ହେଉଛି । ଆଗାମୀ ସୋପାନ ଭାବେ ଆବେଦନ ଗୁଡିକୁ ନିରୀକ୍ଷଣ କରାଯିବ ଓ ସେ ନେଇ ସଫଳ ଆବେଦନକାରୀ ମାନଙ୍କୁ ଯୋଗାଯୋଗ କରାଯିବ । ଓଡିଆ ଉଇକି ହୋଷ୍ଟ କମ୍ୟୁନିଟି ଭାବରେ ଯଦି କେହି ଓଡିଆ ଉଇକିଆଳି ଏ ନେଇ କୌଣସି କାମରେ ଯୋଗଦାନ କରିବାକୁ ଉଚ୍ଚୁକ ଅଛନ୍ତି ଓ ଯଥେଷ୍ଟ ସମୟ ଦେଇ ପାରିବେ, ତାହାଲେ ଏଠି ଲେଖିବାକୁ ଅନୁରୋଧ । **ବି.ଦ୍ର. : ଏହି କାମ ପାଇଁ କୌଣସି ପାରିଶ୍ରମିକ ମିଳେ ନାହିଁ । **

Ssgapu22 (ଆଲୋଚନାଅବଦାନ)

🙋‍♂️

Chinmayee Mishra (ଆଲୋଚନାଅବଦାନ)

ଆମ ଓଡିଆ କମ୍ୟୁନିଟିରୁ ଜଣଙ୍କୁ ଆମେ ଟିଟିଟି ୨୦୨୪ ପାଇଁ ଅଂଶଗ୍ରହଣକାରୀ ଭାବରେ ବାଛି ପାରିବା । ଯିଏ କି ଆଗରୁ ଟିଟିଟିରେ ଭାଗ ନେଇ ନାହାନ୍ତି । ଏଇଠି ନାମ ଦେବାକୁ ଅନୁରୋଧ । ତାରିଖ ଓ ସ୍ଥାନ ହେଉଛି ୧୮ ରୁ ୨୧ ଅକ୍ଟୋବର ୨୦୨୪ , ଭୁବନେଶ୍ବର , ଓଡିଶା ।

Chinmayee Mishra (ଆଲୋଚନାଅବଦାନ)

୨ ଦିନ ତଳେ ଏଇଠି ଲେଖିଥିବା ଆଲୋଚନା ବିଷୟରେ ମୁଁ "ଗାୟତ୍ରୀ" ର ନା ଦେବାକୁ ଚାହୁଛି । ଅବଦାନ ହିସାବରେ ଦେଖିବାକୁ ଗଲେ, ସେ ଜଣେ ଉତ୍ତମ ଉଇକିଆଳି ଓ ଗୁଡାଏ ଭଲ ପ୍ରସଙ୍ଗ ବି ଅଛି ତାର ଲେଖା । ପଢାପଢି ଓ କିଛି ବୁଝାମଣାରୁ ପିଲାଟି ଉଇକିରୁ କିଛି ଦିନ ଦୂରେଇଥିଲା । ଆଉଥରେ ଅବଦାନ ପାଇଁ ଟିଟିଟି ଗୋଟିଏ ଭଲ ସୁଯୋଗ ହୋଇପାରିବ ବୋଲି ଆଶା ରଖୁଛି । ତାର ଅବଦାନ ଗୁଡିକ ଏଠି ଦେଖିପାରିବେ ଏ ନେଇ ମୁଁ ପ୍ରୀତି ଭାଇ ଓ ହରିହର ସାର ଙ୍କ ସହ ମଧ୍ୟ କଥା ହେଇଥିଲି, କିନ୍ତୁ ସେହି ତାରିଖରେ ଯୋଗ ଦେବାକୁ ଅସୁବିଧା ବିଷୟରେ ସେମାନେ ଜଣେଇଥିଲେ । ତେଣୁ ଗାୟତ୍ରୀର ନା ଦେବାକୁ, କାହାର କିଛି ଅଲଗା ମତାମତ କି ପ୍ରଶ୍ନ ଥିଲେ, ଆଗାମୀ ୧୫ ତାରିଖ ଭିତରେ ଏଇଠି ଲେଖିବାକୁ ଅନୁରୋଧ ରହିଲା ।

Hellohappy (ଆଲୋଚନାଅବଦାନ)

ମୁଁ ଯାଇପାରୁନଥିବାରୁ ଦୁଃଖିତ । ଗାୟତ୍ରୀ ଜଣେ ଯୋଗ୍ୟ ପ୍ରାର୍ଥୀ । ସେ ରାଜି ତ ଆସିବାକୁ ! ଆଦିତ୍ୟ, ଶ୍ରବଣ ଭଳି ବହୁ ବନ୍ଧୁଙ୍କୁ ଏପରି ଆୟୋଜନରେ ଫେରାଇ ଆଣିବାକୁ ଚେଷ୍ଟା କରାଯିବା ଉଚିତ । ଏବେ ଏବେ ଯେଉଁ ରାଜ କେ ମହାପାତ୍ର ଲେଖୁଛନ୍ତି, ତାଙ୍କୁ ବି ଏହିଭଳି କାର୍ଯ୍ୟକ୍ରମରେ ଯୋଗଦାନ କରେଇ ପାରିଲେ ଭଲ ହୁଅନ୍ତା ।

ଏଥିରେ ଯୋଗଦେବାପାଇଁ କିଛି ଯୋଗ୍ୟତା ମାପକାଠି ଅଛି କି ! ଯଦି ରାଜ କେ ମହାପାତ୍ର ଯୋଗ୍ୟ ତାହେଲେ ତାଙ୍କ କାନ୍ଥରେ ଏ ବାବଦରେ ବାର୍ତ୍ତାଟିଏ ଲେଖିବାକୁ ଆୟୋଜକମାନଙ୍କୁ ଅନୁରୋଧ ।

Chinmayee Mishra (ଆଲୋଚନାଅବଦାନ)

ଠିକ କହିଲେ ଭାଇ ।
୧. ଇଭେଣ୍ଟ ସମ୍ବନ୍ଧିତ ସମସ୍ତ ତଥ୍ୟ ଏଠି ଦେଖିପାରିବେ
୨. ଗାୟତ୍ରୀ ସହିତ ଗତ କାଲି ସବିଶେଷ କଥା ହୋଇ ଏଠି ନାମ ଲେଖିଛୁ ।
୩. ରାଜ କେ ମହାପାତ୍ରଙ୍କ ଆଲୋଚନା ପୃଷ୍ଠା ଦେଖିଛି । ଆପଣମାନଙ୍କ ଭିତରୁ କେହି ତାଙ୍କ ସହିତ କେବେ ଯୋଗାଯୋଗ କରିଛନ୍ତି କି ? ମୋର କିଛି ଆପତ୍ତି ନାହିଁ, ସେ ମଧ୍ୟ ଆସିପାରିଲେ ଭଲ ହେବ ।
୪. ପୁରୁଣା ଉଇକିଆଳିଙ୍କ ଫେରନ୍ତା ବହୁତ ଖୁସିର ଖବର ହେବ , କିନ୍ତୁ ଏଇ ଟିଟିଟି ପ୍ରୋଗ୍ରାମ ସଭିଙ୍କ ପାଇଁ କେତେଦୂର ଉପଯୁକ୍ତ ହେବ ମୁଁ ଭାବିପାରୁନି , ଖାସ କରି ଯେଉଁମାନେ ଏବେ ଓଡିଶା ବାହାରେ ଅଛନ୍ତି । ଯେହେତୁ ଗାୟତ୍ରୀ ବର୍ତ୍ତମାନ ଭୁବନେଶ୍ବରରେ ରହୁଛି, ସେଇଟା ବି ଗୋଟେ ସୁବିଧା ରହିବ ବୋଲି ଭାବିଥିଲି ।
୫. ଯୋଗ୍ୟତା ମାପକାଠି ତ ଅଛି , କିନ୍ତୁ ଆମେ ହୋଷ୍ଟ କମ୍ୟୁନିଟି ଭାବରେ ଜଣଙ୍କୁ ଅଧିକା ନା ଦେବାରେ ଅସୁବିଧା ହେବନି ଆଶା କରୁଛି । ତଥାପି ମୁଁ ନିଶ୍ଚିତ ହେଲେ ଏଠି ଲେଖିଦେବି ।

Psubhashish (ଆଲୋଚନାଅବଦାନ)

ଚିନୁ ପାଖେ ଅଧିକ ତଥ୍ୟ ଥିବ କି କି ନିୟମାବଳୀ ଅଛି ଯୋଗଦାନ ପାଇଁ । ମୁଁ କହିରଖେ ଯେ ମୋର ମତ ବ୍ୟକ୍ତି ବିରୋଧରେ ନୁହେଁ, ନୀତି ସପକ୍ଷ/ବିରୋଧରେ । ମୁଁ ୬ ମାସରୁ ଅଧିକ କାଳ ନିଷ୍କ୍ରିୟ ଥିବା ଉଇକିଆଳିଙ୍କୁ ଅଣାଇବା ବିରୋଧରେ । ଜଣେ ଯଦି ୬ ବର୍ଷ ଧରି ଜଣେ ସକ୍ରିୟ ନାହିଁ ଆଉ ଏ ଭିତରେ ଦୁଇ ଥର ଦୁଇଟି କାର୍ଯ୍ୟକ୍ରମରେ ଅନ୍ୟ ସକ୍ରିୟ ଉଇକିଆଳିଙ୍କଠୁ ଅଗ୍ରାଧିକାର ଦେଇ ତାଙ୍କୁ ଅଣାଗଲା ପରେ ବି ସକ୍ରିୟ ହୋଇନାହିଁ, ତାଙ୍କୁ ସହଯୋଗ କେବଳ ଅନଲାଇନ ସହଯୋଗରେ ହିଁ ସୀମିତ କରିବା ଉଚିତ । ଉଇକିଆଳିମାନେ ବିଭିନ୍ନ ବ୍ୟକ୍ତିଗତ ଓ ଅନ୍ୟାନ୍ୟ କାରଣ ଏବଂ ଚାପ ହେତୁ ଉଇକିପିଡ଼ିଆରେ ସକ୍ରିୟ ରହିପାରନ୍ତି ନାହିଁ । ତା'ର ଅର୍ଥ ନୁହେଁ ଯେ ନୂଆମାନଙ୍କ ବଦଳରେ ସେମାନଙ୍କୁ ଚିରକାଳ ଅଗ୍ରାଧିକାର ଦିଆଯିବ । ଏଣୁ ପୁରୁଣା ମାନଙ୍କୁ ଏକ କାର୍ଯ୍ୟକ୍ରମକୁ ମୁଭମେଣ୍ଟ ପାଣ୍ଠି ଖର୍ଚ୍ଚ କରି ନେଇଆସିଲେ ସେ ସକ୍ରିୟ ହୋଇଯିବେ ବୋଲି ଭାବିବା ଭୁଲ । ବରଂ ସକ୍ରିୟ ଥିବା ଉଇକିଆଳିଙ୍କୁ ଅଗ୍ରାଧିଦେବାକୁ ହେବ । ମୁଁ ବି ରାଜଙ୍କୁ ଡକାଇବା କଥା ଭାବୁଥିଲି । ସେ ଏଯାବତ ୧୩୬ଟି ସମ୍ପାଦନା କରିଛନ୍ତି କିନ୍ତୁ ଖୁବ ସକ୍ରିୟ ଓ ପ୍ରୀତି ଭାଇ ଓ ମୁଁ ତାଙ୍କୁ ଜଣାଇଥିବା ତଥ୍ୟ ନିଜ ସମ୍ପାଦନାରେ ପ୍ରତିଫଳନ କରିଛନ୍ତି ।


ଗାୟତ୍ରୀ ବାବଦରେ: ମୋ ମତରେ ତା' ସାଙ୍ଗେ ଥରେ କଥା ହେଇଯିବା ଭଲ ହେବ । ଯଦି ସେ ଆସିବା ପରେ ପୁଣି ସକ୍ରିୟ ହେବାକୁ କଥା ଦିଏ ତାହେଲେ ଭଲ । ଆଉ ଗାୟତ୍ରୀ ନିଜେ ଜଣେ ଉଇକିଆଳି । ତେଣୁ ସେ ବରଂ ଏ ଆଲୋଚନାରେ ଭାଗନେଇ ଏ କଥାଟି ନିଜ ଆଡ଼ୁ ଦେଉ । ନ ହେଲେ ରାଜଙ୍କୁ ଆଣିବା ଭଲ ହେବ ।

Gayatree Tripathy (ଆଲୋଚନାଅବଦାନ)

ଆପଣଙ୍କ ମତାମତ ଯଥାର୍ଥ, ଭାଇନା। ମାନସିକ ଅବସାଦ ଏବଂ ଆତ୍ମଘାତୀ ଭାବନା କାରଣରୁ ମୁଁ ଗତ ୩ ବର୍ଷ ହେବ କିଛି ଉପରେ ଧ୍ଯାନ ଦେଇ ପାରୁନାହିଁ। ମାତ୍ର ଆପଣଙ୍କ ଆପତ୍ତିକୁ ଆହ୍ୱାନ ପରି ନେଇ ମୁଁ ଏବେ ପୁଣି ପୂର୍ବପରି ଯୋଗଦାନ ଆରମ୍ଭ କରିବାକୁ କଥା ଦେଉଅଛି।

Psubhashish (ଆଲୋଚନାଅବଦାନ)

ତମ ଫେରିବା ଖବର ଶୁଣି‌ ଖୁସିଲାଗିଲା ଗାୟତ୍ରୀ ହେଲେ ମାନସିକ ଅବସାଦ ଆଉ ଆତ୍ମଘାତୀ ଭାବନା କଥା ବଡ଼ ଚିନ୍ତାଜନକ -- ଆଶା ତମେ ଆବଶ୍ୟକୀୟ ସାହାଯ୍ୟ ପାଉଚ । ମୋ ମତ କେବଳ ଉଇକିପିଡ଼ିଆ ସମ୍ଭନ୍ଧିତ ଥିଲା । ସମସ୍ତେ ସ୍ୱେଚ୍ଛାରେ କାମ‌କରୁଥିବାରୁ ବ୍ୟକ୍ତିଗତ‌ କାରଣ ପାଇଁ ଅନୁପସ୍ଥିତି ଆଉ ଲେଉଟାଣି ପାଇଁ ଆମକୁ ଖୋଲାମନ ରଖୁବାକୁ ପଡ଼ିବ ।

Chinmayee Mishra (ଆଲୋଚନାଅବଦାନ)

ଠିକ ଅଛି ଭାଇ , ଗାୟତ୍ରୀ ନିଜେ ମଧ୍ୟ ଆଉ ଠାରେ ସକ୍ରିୟ ହେବାକୁ ଇଚ୍ଛା କରିଛି , ମୁଁ ତାକୁ କହିବି ସୁବିଧା ହେଲେ ସେ ନିଜ ମତାମତ ଏଠି ଯୋଡିବାକୁ ।

Psubhashish (ଆଲୋଚନାଅବଦାନ)

ଚିନୁ, ହଉ ତାହେଲେ । ମୁଁ ରାଜଙ୍କ ସାଙ୍ଗେ କେବଳ ତାଙ୍କ ଆଲୋଚନା ସଭାରେ ସାହାଯ୍ୟ କରିଛି ଓ ପ୍ରଶ୍ନ ଆଦିର ଉତ୍ତର ଦେଉଛି । ସେଠି ବା ଇମେଲରେ ପଚାରିବା ଭଲ ହେବ ।


@Raj K. Mohapatra (Puri): ଭୁବନେଶ୍ୱରରେ ଅକ୍ଟୋବର ୧୮ରୁ ୨୦ ଯାଏ ତିନି ଦିନ ଧରି ନୂଆ ଉଇକିଆଳିଙ୍କ ପାଇଁ ଏକ ତାଲିମ କର୍ମଶାଳା ହେବ । ଯଦିଓ ସେଥିରେ ଯୋଗଦେବା ପାଇଁ ଅତି କମରେ ୪୦୦ ସମ୍ପାଦନା ଜରୁରୀ, ଓଡ଼ିଆ ଉଇକିପିଡ଼ିଆ ସମୁଦାୟ ସହ-ଆୟୋଜକ ଭାବେ ଜଣଙ୍କୁ ପଠେଇପାରିବ । ଆପଣଙ୍କ ନାଁ ପ୍ରସ୍ତାବିତ । ଯୋଗଦେବା ପାଇଁ ଆପଣ ଆଗ୍ରହୀ ଆଉ ସବୁଦିନ ଯାକ ରହିପାରିବେ କି ନା ଏଠି ଉତ୍ତର ଦେଇ ଜଣାଇବେ କି?

Chinmayee Mishra (ଆଲୋଚନାଅବଦାନ)

@Psubhashish, ମୁଁ @Raj K. Mohapatra (Puri) ସୂଚନା ଇମେଲ କରିଦେଇଛି । CIS ବାଲାଙ୍କ ସହ ନିଶ୍ଚିତ ହେଲେ , ଗାୟତ୍ରୀ ଆଉ Raj K. Mohapatra (Puri) ଦୁହିଙ୍କ ନାମ ଦେବି । କିଛି ପଚାରିବାର କି ମତ ଥିଲେ ଏଠି ଲେଖିବେ ।

Raj K. Mohapatra (Puri) (ଆଲୋଚନାଅବଦାନ)

ମୁଁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଇଚ୍ଛୁକ । କେବେ ଜଣାଇଲେ ମୁଁ ନିଶ୍ଚିତ ଯୋଗଦେବି ।

Chinmayee Mishra (ଆଲୋଚନାଅବଦାନ)

@Raj K. Mohapatra (Puri)ମୁଁ କିଛି ତଥ୍ୟ ସହ ଦୁଇଦିନ ତଳେ ଆପଣଙ୍କୁ ମେଟା ସର୍ଭର ଇମେଲ ଟିଏ ପଠାଇଥିଲି । ଆଉ କିଛି ଜାଣିବାର ଥିଲେ ବା ପଚାରିବାକୁ ଥିଲେ ଏଠି ଲେଖିବେ କିମ୍ବା ମୁଁ ଦେଇଥିବା ଯୋଗଗୋଗ ଠିକଣାରେ ଯୋଗାଯୋଗ କରିବାକୁ ଅନୁରୋଧ ।

Raj K. Mohapatra (Puri) (ଆଲୋଚନାଅବଦାନ)

ଭୁବନେଶ୍ୱରର କେଉଁଠି ହେବ ଜଣାଇବେ, ମୁଁ ଯୋଗଦେବି ।

Psubhashish (ଆଲୋଚନାଅବଦାନ)

@Raj K. Mohapatra (Puri): ଚିନୁ ଆପଣଙ୍କୁ ଇମେଲରେ ପଠେଇବା କଥା ଉପରେ ଲେଖିଥିବାରୁ ନିଜ ଇମେଲ ଦେଖିବେ । ସେଥିରେ ସବୁ ଜିନିଷ ଥିବ ।

Ssgapu22 (ଆଲୋଚନାଅବଦାନ)
Psubhashish (ଆଲୋଚନାଅବଦାନ)

+1 (ପ୍ରୀତି ଭାଇଙ୍କ ଉତ୍ତର ତଳେ ଉପର ଆଲୋଚନା ଦେଖିବେ)

Chinmayee Mishra (ଆଲୋଚନାଅବଦାନ)

ପ୍ରଣାମ ସଭିଙ୍କୁ, ଟିଟିଟି ୨୦୨୪ ରେ @Gayatree Tripathy@Raj K. Mohapatra (Puri) ଦୁହିଙ୍କ ଅଂଶ ଗ୍ରହଣ ପାଇଁ ଅନୁମତି ମିଳିଲା । ଧନ୍ୟବାଦ @Hellohappy, @Psubhashish ରାଜ ଙ୍କ ନାମ ପାଇଁ ।
ଆଗାମୀ ସୋପାନରେ ଅଂଶଗ୍ରହଣକାରୀ ମାନଙ୍କୁ ଇମେଲରେ ଯୋଗାଯୋଗ କରାଯିବ । ଗାୟତ୍ରୀର ଇମେଲ ଅଛି ମୋ ପାଖେ ଅଛି । @Raj K. Mohapatra (Puri) ଆପଣଙ୍କ ଇମେଲ ଠିକଣା ଦେବାକୁ ଅନୁରୋଧ ।
କେହି କିଛି ମତ ଦେବାକୁ ଥିଲେ ଏଠି ଲେଖିପାରିବେ ।

Raj K. Mohapatra (Puri) (ଆଲୋଚନାଅବଦାନ)

rajmohapatra1981@gmail.com

Chinmayee Mishra (ଆଲୋଚନାଅବଦାନ)

ଆମ କମ୍ୟୁନିଟିରୁ ଟିଟିଟି ୨୦୨୪ ପାଇଁ , ରାଜ କିଶୋର ଓ ଗାୟତ୍ରୀ ଦି ଜଣଙ୍କ ରେଜିଷ୍ଟ୍ରେସନ ପୂରଣ ହେଲା ।

Psubhashish (ଆଲୋଚନାଅବଦାନ)

ଯା ହେଉ - ତମକୁ ଧନ୍ୟବାଦ ଚିନୁ ଗାୟତ୍ରୀ ଓ ରାଜ ଦିଜଣଙ୍କ ପାଇଁ ଅନୁରୋଧ କରି ତାଙ୍କୁ ଅଣାଇଥିବାରୁ!

Chinmayee Mishra (ଆଲୋଚନାଅବଦାନ)

ନା ମ ଭାଇ , ଏଥିରେ ଧନ୍ୟବାଦ କଣ ! ଆମେ ତ ସେମିତିରେ କାମ କରୁଛୁ, @MKar ଭାଇନା ବି ରାଜି ହେଇଛନ୍ତି ପ୍ରୋଗ୍ରାମ ତିଆରିରେ ସାହାଜ୍ଯ କରିବାକୁ । ଆମର ଏଇଠି ଟ୍ରେନିଂ ଟା ହେଉଛି , ଆମର ପିଲା ଦିଟା ଯୋଗ ଦେଇ କିଛି ନୂଆ ଶିଖି ଆଗକୁ ବଢିଲେ ସେଟା ଖୁସିର କଥା ହେବ ।

Psubhashish (ଆଲୋଚନାଅବଦାନ)

5️⃣2️⃣

Chinmayee Mishra (ଆଲୋଚନାଅବଦାନ)

CIS - A2K ତରଫରୁ ଟିଟିଟି ସମୟରେ ଗୋଟେ ଘଣ୍ଟିକିଆ "ଫାୟାର ସାଇଡ ଚାଟ " ବୋଲି କଣ ଗୋଟେ ସେଶନ ପାଇଁ କମ୍ୟୁନିଟି ପାର୍ଟନର ହିସାବରେ ସମ୍ବାଦ ଓ ସୃଜନିକାରୁ ଲୋକଙ୍କୁ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି । ଏ ନେଇ କିଛି ମତାମତ କି ଆପତ୍ତି ଥିଲେ ଏଠି ଲେଖିବାକୁ ଅନୁରୋଧ ।

Psubhashish (ଆଲୋଚନାଅବଦାନ)

ଏଥିରେ କଣ ଆଲୋଚନା ହେବ ଆଉ ଏ ଆଲୋଚନାର ଫଳ କଣ ଆଶା କରାଯାଉଚି ତା' ବାବଦରେ ଟିକେ ଲେଖିବ? ସମ୍ବାଦ ସହ ଅନେକ ବର୍ଷରୁ କିଛି ମିଳିତ ଭାବରେ ହୋଇନଥିବାରୁ ମୁଁ ପଚାରୁଛି । ଜାଣିରଖ ଯେ ସୃଜନିକା କାର୍ଯ୍ୟକ୍ରମରେ ଭାଗ ନେଇ ତୁଚ୍ଛା ବାକ୍ୟବିନିମୟର ଘୋର ବିରୋଧୀ ଆଉ ତାଙ୍କ ବୟସକୁ‌ ଦେଖି କେବଳ ଆଲୋଚନା ପାଇଁ ତାଙ୍କୁ ଡାକିବା ହୁଏତ ଠିକ‌ ହେବନି । ଆଉ ସେମାନେ ଏକାଠି ସମ୍ବାଦ ସହ ଆଲୋଚନାରେ ଆଗ୍ରହୀ କି ନା ପଚାରି ବୁଝିବା ଭଲ ହେବ । ନହେଲେ ଅଯଥା ଦୁଇ ପକ୍ଷର କଳି ହବାର ସମ୍ଭାବନା ଅଛି ।

Chinmayee Mishra (ଆଲୋଚନାଅବଦାନ)

କେହି ଆସିବା ସମ୍ଭବ ନୁହେଁ ଏତେ ଛୋଟ ନୋଟିସରେ , ଦୁହିଙ୍କ ଆଡୁ "ନା" ମିଳିଲା ।

Chinmayee Mishra (ଆଲୋଚନାଅବଦାନ)

ବାକି ଶନିବାର ୧୯ ତାରିଖ ସନ୍ଧ୍ଯା ୭ଟା ପରେ ଭେନ୍ୟୁ : ହୋଟେଲ ହିନ୍ଦୁସ୍ତାନ ଇଣ୍ଟରନାସନାଲ ରେ ପାଖରେ ରହୁଥିବା ଉଇକିଆଳି ମାନଙ୍କୁ ଡିନର ପାଇଁ ଡାକିବାକୁ ପ୍ରସ୍ତାବ ଦେଇଛନ୍ତି । କେହି ଆସିବା ସୁବିଧା ହେବ ଆସିବା ଯଦି ଏଠି ଲେଖିବେ କିମ୍ବା ମତେ ଯୋଗାଯୋଗ କରିପାରିବେ । ଇଭେଣ୍ଟ ପ୍ରୋଗ୍ରାମ ଏଠି ଦେଖିପାରିବେ ।

"ଟ୍ରେନ ଦ ଟ୍ରେନର - ୨୦୨୪, ଓଡ଼ିଶାରେ ଆୟୋଜନ କରିବା ବାବଦରେ ଆଲୋଚନା"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)

Dear Wikimedians,

We hope you are well.

We are thrilled to announce the upcoming Indic Wikimedia Hackathon Bhubaneswar 2024, hosted by the Indic MediaWiki Developers UG (aka Indic-TechCom) in collaboration with the Odia Wikimedians UG. The event will take place in Bhubaneswar during 20-22 December 2024.

Wikimedia hackathons are spaces for developers, designers, content editors, and other community stakeholders to collaborate on building technical solutions that help improve the experience of contributors and consumers of Wikimedia projects. The event is intended for:

  • Technical contributors active in the Wikimedia technical ecosystem, which includes developers, maintainers (admins/interface admins), translators, designers, researchers, documentation writers etc.
  • Content contributors having in-depth understanding of technical issues in their home Wikimedia projects like Wikipedia, Wikisource, Wiktionary, etc.
  • Contributors to any other FOSS community or have participated in Wikimedia events in the past, and would like to get started with contributing to Wikimedia technical spaces.

We encourage you to follow the essential details & updates on Meta-Wiki regarding this event.

Event Meta-Wiki page: https://meta.wikimedia.org/wiki/Indic_Wikimedia_Hackathon_Bhubaneswar_2024

Scholarship application form: Click here to apply

(Scholarships are available to assist with your attendance, covering travel, accommodation, food, and related expenses.)

Please read the application guidance on the Meta-Wiki page before applying.

The scholarship application is open until the end of the day 2 November 2024 (Saturday).

If you have any questions, concerns or need any support with the application, please start a discussion on the event talk page or reach out to us contact@indicmediawikidev.org via email.

Best,

"Announcing Indic Wikimedia Hackathon Bhubaneswar 2024 & scholarship applications"ଙ୍କୁ ଉତ୍ତର
Jnanaranjan sahu (ଆଲୋଚନାଅବଦାନ)

ନମସ୍କାର

ମିଡ଼ିଆୱିକି ଡିଭେଲପର ୟୁଜର ଗ୍ରୁପ୍ (IMDUG) ଡିସେମ୍ବରରେ ଭୁବନେଶ୍ୱରରେ ଏକ ହ୍ୟାକାଥନ ଆୟୋଜନ କରୁଛନ୍ତି। ସେମାନେ ଏହାରେ ସ୍ଥାନୀୟ ଓଡ଼ିଆ ୱିକି ୟୁଜର ଗ୍ରୁପ ସହିତ ସହଯୋଗ କରିବାରେ ରୁଚି ଦେଖାଇଛନ୍ତି। ମୁଁ ମଧ୍ୟ ଏହି କାର୍ଯ୍ୟକ୍ରମରେ IMDUG ର ପ୍ରତିନିଧିତ୍ୱ କରିବି।

ଦୟାକରି ଆପଣମାନଙ୍କର ମତାମତ ଦିଅନ୍ତୁ ଏବଂ ଯଦି ରୁଚି ଅଛି, ତାହା ଜଣାନ୍ତୁ। ଭାଗ ନେବା, ଭୂମିକା ଏବଂ ଦାୟିତ୍ୱ ନିର୍ଦ୍ଧାରିତ କରିବା ପାଇଁ ଆଗକୁ ଆଲୋଚନା କରାଯିବ। ଏକ ସଫଳ ସହଯୋଗ ପାଇଁ ଆଶା କରୁଛି

Ssgapu22 (ଆଲୋଚନାଅବଦାନ)

ବହୁତ ଭଲ କଥା । ଭୁବନେଶ୍ୱରରେ ପାଖାପାଖି ଦୁଇଟି କର୍ମଶାଳା ଆୟୋଜନ ହେବା ଏକ ବହୁତ ବଡ଼ କଥା । ଆମେ ସଭିଏଁ ଏଥିରେ ଭାଗ ନେଇପାରିଲେ ଆହୁରି ଭଲ ହେବ । ଟେକ୍ନିକାଲ କାମ ପାଇଁ ଆମେ ସଭିଏଁ ମିଶି ଅସୁବିଧା ଥିବା କାମକୁ ସଜାଡ଼ିପାରିବା ।

Chinmayee Mishra (ଆଲୋଚନାଅବଦାନ)

ଆଗେଇ ଚାଲ ।

Soumendrak (ଆଲୋଚନାଅବଦାନ)

କେଉଁ ତାରିଖରେ ହେବ?

Chinmayee Mishra (ଆଲୋଚନାଅବଦାନ)

୨୦ , ୨୧ ଆଉ ୨୨ ଡିସେମ୍ବର ୨୦୨୪ ।

"ଭୁବନେଶ୍ୱରରେ ହ୍ୟାକାଥନ ବିଷୟରେ"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)

Dear Wikimedians,

We are thrilled to share our September newsletter, packed with highlights of the key initiatives driven by CIS-A2K over the past month. This edition features a detailed recap of our events, collaborative projects, and community outreach efforts. You'll also get an exclusive look at the exciting plans and initiatives we have in store for the upcoming month. Stay connected with our vibrant community and join us in celebrating the progress we’ve made together!

In the Limelight- Santali Wiki Regional Conference 2024
Dispatches from A2K
Monthly Recap
  • Book Lover’s Club in Belagavi
  • CIS-A2K’s Multi-Year Grant Proposal
  • Supporting the volunteer-led committee on WikiConference India 2025
  • Tamil Content Enrichment Meet
  • Experience of CIS-A2K's Wikimania Scholarship recipients
Coming Soon - Upcoming Activities
  • Train-the-trainer 2024
  • Indic Community Engagement Call
  • A2K at Wikimedia Technology Summit 2024

You can access the newsletter here.
To subscribe or unsubscribe to this newsletter, click here.

Regards

"A2K Monthly Report for September 2024"ଙ୍କୁ ଉତ୍ତର
Ssgapu22 (ଆଲୋଚନାଅବଦାନ)

ନମସ୍କାର !

ଗତ ୨୦୧୫ ମସିହାରୁ, ଓଡ଼ିଆ ଉଇକିପିଡ଼ିଆରେ ଏସିଆ ମାସ ଗଣସମ୍ପାଦନା ପ୍ରତ୍ୟେକ ବର୍ଷ ନଭେମ୍ବର ମାସରେ ଆୟୋଜନ ହୋଇ ଆସୁଛି । ଗତ କିଛିବର୍ଷ ଧରି ମୁଁ ନିଜେ ଏହାର ଆୟୋଜକ ଭାବରେ କାମ କରି ଆସିଛି । ଏଥର (୨୦୨୪) ଆୟୋଜନ ପାଇଁ ମୋ ମେଟାର ଆଲୋଚନା ପୃଷ୍ଠାରେ ସେମାନେ ମୋତେ ଜଣେଇଛନ୍ତି । ବିଗତ କିଛି ଗଣ-ସମ୍ପାଦନାର ଅନୁଭୂତି ଓ ଅଂଶଗ୍ରହଣରୁ ମୁଁ ଆଉ ଆୟୋଜନ କରିବାକୁ ଇଚ୍ଛୁକ ନାହିଁ । ଯଦି କେହି ଆୟୋଜନ କରିବାକୁ ଇଚ୍ଛୁକ କିମ୍ବା କିଛି ମତାମତ ଦେବାକୁ ଚାହୁଁଥାନ୍ତି, ତେବେ ଲେଖିପାରିବେ ।

"ଉଇକିପିଡ଼ିଆ ଏସିଆ ମାସ ଗଣସମ୍ପାଦନା ବାବଦରେ"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)

Dear Wikimedians,

We are excited to present our August newsletter, showcasing the impactful initiatives led by CIS-A2K throughout the month. In this edition, you'll find a comprehensive overview of our events and activities, highlighting our collaborative efforts, community engagements, and a sneak peek into the exciting initiatives planned for the coming month.

In the Limelight- Doing good as a creative person
Monthly Recap
  • Wiki Women Collective - South Asia Call
  • Digitizing the Literary Legacy of Sane Guruji
  • A2K at Wikimania
  • Multilingual Wikisource
Coming Soon - Upcoming Activities
  • Tamil Content Enrichment Meet
  • Santali Wiki Conference
  • TTT 2024

You can access the newsletter here.
To subscribe or unsubscribe to this newsletter, click here.

Regards

"A2K Monthly Report for August 2024"ଙ୍କୁ ଉତ୍ତର

ଉଇକିଡାଟା ଜନ୍ମଦିନ ଅବସରରେ ଆୟୋଜନ ହେବାକୁ ଥିବା ଡାଟା-ଥନରେ ଯୋଗ ଦେବା ପାଇଁ ଆଲୋଚନା

5
Chinmayee Mishra (ଆଲୋଚନାଅବଦାନ)

ପ୍ରଣାମ ସଭିଙ୍କୁ, ଆଗାମୀ ଦିନରେ ଉଇକିଡାଟାର ଦ୍ଵାଦଶ ଜନ୍ମଦିନ ଅବସରରେ କିଛି ଉଅକିଆଳି ଆୟୋଜନ ଏକ ଡାଟା-ଥନରେ ଯୋଗ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ପ୍ରକଳ୍ପ ପୃଷ୍ଠାଟି ଏଇଠି ଦେଖିପାରିବେ । ଉଦ୍ଦେଶ୍ୟ ହେଉଛି ଭାରତ ସମ୍ପର୍କିତ ଉଇକିଦାଟା ଆଇଟମ ଗୁଡିକର ତଥ୍ୟ ବଢାଇବା ବା ନୂଆ ଆଇଟମ ଯୋଡିବା । ଏହି ପ୍ରକଳ୍ପଟି ଅକ୍ଟୋବର ଓ ନଭେମ୍ବର ୨ ମାସ ଧରି ଚାଲିବ । ଏଥିରେ ଭାଗ ନେଉଥିବା ଉଇକି କମ୍ୟୁନିଟି ଗୁଡିକ ଏହି ଦୁଇମାସ ଭିତରେ ଯେକୌଣସି ଏକ ସପ୍ତାହ ବାଛି, ସେହି ସମୟସୀମା ଭିତରେ ଉଇକିଡାଟାରେ ଅବଦାନ କରି ପାରିବେ । ଏବେ ଯାଏଁ ଏଥିରେ କେରଳ / ମାଲାୟାଳି ଓ ତାମିଲ ବାଲା ଯୋଗ ଦେଉଛନ୍ତି, ଯଦି ସଭିଏଁ ରାଜି ହେବେ ତାହାଲେ ଆମେ ପ୍ରକଳ୍ପଟିରେ "କୋଲାବରେଟର" ଭାବେ ଯୋଗ ଦେଇ ପାରିବା । ମତାମତ ଦେବାକୁ ଅନୁରୋଧ ।

Chinmayee Mishra (ଆଲୋଚନାଅବଦାନ)

୨୦୨୪ ରେ, ଉଇକିଡାଟାର ୧୨ ବର୍ଷ ପୂର୍ତ୍ତି ପାଳନ ଅବସରରେ ସାରା ବିଶ୍ୱରେ ଇଭେଣ୍ଟ ଆୟୋଜନ କରାଯାଉଛି । ଅଧିକ ଜାଣିବାକୁ ଏଠି ଦେଖିପାରିବେ ..

Psubhashish (ଆଲୋଚନାଅବଦାନ)

ଭଲ ହେବ । ସହମତ ।

Ssgapu22 (ଆଲୋଚନାଅବଦାନ)

ଗତବର୍ଷ ଆମେ ଛୋଟ ପାଳନଟିଏ କରିଥିଲେ, ଏଥର କିଛି ଅଧିକ କଲେ ଭଲ ହେବ ।

ଜିନୟ ଯେମିତି କହୁଥିଲା, ବୋଧେ ସର୍ବଭାରତୀୟ ସ୍ତରରେ କିଛି କାରିବାକୁ ହେଲେ ଆହୁରି ଭଲ ହେବ ।

"ଉଇକିଡାଟା ଜନ୍ମଦିନ ଅବସରରେ ଆୟୋଜନ ହେବାକୁ ଥିବା ଡାଟା-ଥନରେ ଯୋଗ ଦେବା ପାଇଁ ଆଲୋଚନା"ଙ୍କୁ ଉତ୍ତର
Psubhashish (ଆଲୋଚନାଅବଦାନ)

ଆସନ୍ତା ମାସ ୭ରୁ ୧୦ ତାରିଖ ଯାଏ ପୋଲାଣ୍ଡର କାଟୋୱିଚଠାରେ ଉଇକିମାନିଆ ହେବ । ଓଡ଼ିଆ ଉଇକିପିଡ଼ିଆ/ଉଇକିମିଡ଼ିଆ ପ୍ରକଳ୍ପରେ ସକ୍ରିୟ ଉଇକିଆଳି ମଧ୍ୟ ଭାଗନେଉଛନ୍ତି । ମୁଁ ଉତ୍ତର ଆମେରିକା ଅଞ୍ଚଳ ପାଇଁ ଥିବା ବୃତ୍ତି ପାଇ ଯାଉଛି । ଉଇକିମାନିଆର ବାକି କାର୍ଯ୍ୟକ୍ରମ ଓ ଏକ ପ୍ରେଜେଣ୍ଟେସନ ଦେବା ସହ ହ୍ୟାକାଥନରେ ଭାଗନେବା ଯୋଜନା କରୁଛି । ମୁଁ ବିଶେଷ ଭାବେ ଉଇକିଡାଟା, ମେସିନ ଅନୁବାଦ, GLAM, ଟେମ୍ପଲେଟ ଆଦି ବିଷୟରେ ଆଗ୍ରହୀ । ଏ ଆଗୁଆ ଆଲୋଚନାଟି ବାକି ଉଇକିଆଳି ଉଇକିମାନିଆ ଯାଉଥିବା ଉଇକିଆଳିଙ୍କଠୁ କଣ ଆଶା କରୁଛନ୍ତି ତା' ଜାଣିବା ପାଇଁ । ଏଠି ଲେଖିବା ପାଇଁ ଅନୁରୋଧ ରହିଲା । ବିଷୟ, ବ୍ୟକ୍ତି ଆଦି ନିର୍ଦ୍ଦିଷ୍ଟ ଜିନିଷ ବି ଉଲ୍ଲେଖ କରିପାରିବେ । ଉଇକିମାନିଆ ଯାଉଥିବା ବାକିମାନଙ୍କୁ ଅନୁରୋଧ ରହିଲା ଏଠି ନିଜ ନାମ ଆଉ ଯୋଜନା ଉଲ୍ଲେଖ କରିବା ପାଇଁ ।

Ssgapu22 (ଆଲୋଚନାଅବଦାନ)

ଉଇକିମାନିଆ ଯାଉଥିବା ସମସ୍ତ ଉଇକିଆଳିମାନଙ୍କୁ ଶୁଭେଚ୍ଛା ।

Aliva Sahoo (ଆଲୋଚନାଅବଦାନ)

ଆସନ୍ତା ମାସ ୭ରୁ ୧୦ ତାରିଖ ଯାଏ ପୋଲାଣ୍ଡର କାଟୋୱିଚ ଠାରେ ହେଉଥିବା ଉଇକିମାନିଆରେ ମୁଁ ଡ଼ଚଲ୍ୟାଣ୍ଡ ତରଫରୁ ସେଠାରେ ଯୋଗଦାନ କରିବି । ମୋର ପ୍ରାଥମିକତା ରହିଛି କିଛି ନୂଆ ପ୍ରୋଜେକ୍ଟ କୁ ନେଇ, ଯାହା ଆଗକୁ ମୋତେ କାର୍ଯ୍ୟ କରିବାରେ ସାହାଯ୍ୟ କରିବ । ମୁଁ ବିଶେଷକରି ଉଇକିପିଡ଼ିଆ, କମନ୍ସ ଆଦିରେ ଆଗ୍ରହୀ । ସେଠି ଅନ୍ୟମାନଙ୍କ ସହିତ ସାକ୍ଷାତ ହୋଇ ମହିଳା ସମ୍ପର୍କିତ କାର୍ଯ୍ୟ ଏବଂ ଆହୁରୀ ଅନ୍ୟ ପ୍ରୋଜେକ୍ଟ ସମ୍ପର୍କରେ ଜାଣିବାର ସୁଯୋଗ ମିଳିବାର ଆଶା ରହିଛି । ସେଠାରେ ୱିକିମିଡିଆ ଡ଼ଚଲ୍ୟାଣ୍ଡର ସମସ୍ତ ଛାତ୍ରବୃତ୍ତି ଧାରକ, କର୍ମଚାରୀ ଏବଂ ବୋର୍ଡ ସଦସ୍ୟଙ୍କ ସହ WMDE କିକ୍ ଅଫ୍ ମିଟିଂ ୬ ତାରିଖରେ ଅନୁଷ୍ଠିତ ହେବ ଯେଉଁଥିରେ ମୋତେ ମଧ୍ୟ ଯୋଗଦେବା ପାଇଁ ଅନୁମତି ମିଳିଛି ।

Chinmayee Mishra (ଆଲୋଚନାଅବଦାନ)

ଏ ବର୍ଷ ଉଇକିମାନିଆ ମୁଁ ଦକ୍ଷିଣ ଏସିଆ ଅଞ୍ଚଳ ବୃତ୍ତିରେ ଯାଉଛି । ଏଠି ମୋର ଅବଦାନ ଦେଖିପାରିବେ । ଏହି ଚାରୋଟି ପ୍ରସ୍ତାବରେ କାମ ଛଡା ମୁଁ ସେସନ ଗୁଡିକରୁ Future of MediaWiki, Looking into the future of affiliate gatherings, The Big Funnel: Africa Growth Pilot phase two , Introducing the Citation Watchlist ଆଦି ବିଷୟ ଗୁଡିକୁ ଜାଣିବା ପାଇଁ ଆଗ୍ରହୀ । ଲିଙ୍କରେ ଥିବା ସମୟାବଳୀରୁ କାହାକୁ କିଛି ଜାଣିବାର ଥିଲେ ଏଠି ଲେଖିବେ, ମୁଁ ସେଠୁ ବୁଝିବା ପାଇଁ ଚେଷ୍ଟା କରିବି ।

Psubhashish (ଆଲୋଚନାଅବଦାନ)

@Saileshpat, @Ramjit Tudu: ତମ ଯୋଜନା ବିଷୟରେ ଏଠି ଲେଖିଲେ ଭଲ ହୁଅନ୍ତା ।

Hellohappy (ଆଲୋଚନାଅବଦାନ)

ଯା ହେଉ ଆମର ଏତେ ଲୋକ ଯାଉଛନ୍ତି । ସମସ୍ତଙ୍କୁ ଶୁଭେଚ୍ଛା । ନୂଆ କଥା କାମ ସବୁ ଦେଖି ଶିଖି ଆସ । ଆମ ଉଇକିପିଡ଼ିଆର ପ୍ରସଙ୍ଗ ସଂଖ୍ୟା ଓ ଗୁଣାତ୍ମକ ମାନ ବଢ଼ିବା ଦିଗରେ ଆପଣମାନଙ୍କର ପ୍ରଚେଷ୍ଟା ଜାରୀ ରହିବ ବୋଲି ଆଶା । ଆଗ୍ରହୀ ଉଇକିଆଳି ସଂଖ୍ୟା କିପରି ବଢ଼ିବ ସେ ବିଷୟରେ ମଧ୍ୟ ଚିନ୍ତା କରାଯିବା ଦରକାର ।

Psubhashish (ଆଲୋଚନାଅବଦାନ)

ମୁଁ ଉଇକିମାନିଆର ସବୁଦିନ ଯୋଗଦେଇ କେତେକ ନିର୍ଦ୍ଦିଷ୍ଟ ବିଷୟରେ ଶିଖିଥିଲି ଓ ଏକ ବକ୍ତବ୍ୟ (ରେକର୍ଡ଼ିଂ) ମଧ୍ୟ ଦେଇଥିଲି । ବାକିମାନେ ବି ଅନେକ ଜିନିଷ ଶିଖିଥିବେ । ଆମେ ସମ୍ଭବତଃ ୨ଟି ଜିନିଷ କରିପାରିବା:

  1. Diffରେ ଏକ ବ୍ଲଗରେ ନିଜ ନିଜ ଅନୁଭୂତି ଲେଖିପାରିବା
  2. ଆସନ୍ତା ଶନି/ରବିବାର ଆଡ଼କୁ ଏକ ମିଟିଂ କରି ସେଥିରେ ନିଜ ଅନୁଭୂତି ବାକିମାନଙ୍କ ସହ ସେଆର କରିପାରିବା

ଯୋଗଦେଇଥିବା ଉଇକିଆଳିମାନେ ହେଲେ @Chinmayee Mishra @Aliva Sahoo @Saileshpat (ଉଇକିମିଡ଼ିଆ ଫାଉଣ୍ଡେସନ ତରଫରୁ) ଓ @Ramjit Tudu (ପ୍ରାଥମିକ ଭାବେ ସାନ୍ତାଳୀ ଉଇକିପିଡ଼ିଆରୁ) ଏବଂ ମୁଁ । ତମ ସମସ୍ତଙ୍କୁ ଅନୁରୋଧ କଣ ସୁବିଧା ହେବ କହିବ ।

Chinmayee Mishra (ଆଲୋଚନାଅବଦାନ)

Diff blog ପାଇଁ ମୁଁ ଏକମତ ।

Ramjit Tudu (ଆଲୋଚନାଅବଦାନ)

ଆଜ୍ଞା, ବ୍ୟସ୍ତତା ଭିତରେ ନଟିଫିକେସନ ଦେଖିପାରିଲି ନାହିଁ । ମିଟିଂ ପାଇଁ ମୁ ରାଜି ଅଛି । bdw.. ମୁଁ diff blog ଲେଖିବା ଆରମ୍ଭ କରିଛି, କିନ୍ତୁ କେମିତି ପୋଷ୍ଟ କରାଯିବ ସେ ବାବଦରେ ଜଣା ନାହିଁ ।

Psubhashish (ଆଲୋଚନାଅବଦାନ)

@Ramjit Tudu: ଭଲ ହେବ ତାହେଲେ । Diffରେ ଛପେଇବା ବିଷୟ ଏ ଲିଙ୍କରେ ଅଛି । ମୁଁ କିଛି ଦିନ ଭିତରେ ସମସ୍ତଙ୍କ ସାଙ୍ଗେ ଗୋଟେ ଗୁଗୁଲ ଡକ ସେଆରିବି ହେଲେ ମିଶିକି ଲେଖିପାରିବା । ତମେ ଯେଉଁ ଲେଖିବା ଆରମ୍ଭ କରିଛ ସେଥିରେ କି କି ବିଷୟ ରଖିଛ ରାମଜିତ? ଯଦି କେବଳ ସାନ୍ତାଳୀ ତାହେଲେ ପୂରା ଗୋଟେ ବ୍ଲଗ କଲେ ଭଲ । ସାନ୍ତାଳୀ ବାବଦରେ ଅନେକ ବିଷୟ ସେଥିରେ ରଖିପାରିବ । ଆମେ ମିଶିକି ଆଉ ଗୋଟେ ଲେଖିପାରିବା ଆଉ ତମ Diff ବ୍ଲଗର ଲିଙ୍କ ବି ଦେଇପାରିବା ।

Chinmayee Mishra (ଆଲୋଚନାଅବଦାନ)

ପିଲାମାନେ କେହି କିଛି ଲେଖା ଆରମ୍ଭ କଲ କି ? ନା ମୁଁ ଆରମ୍ଭ କରି କିଛି ବାକି ମାନଙ୍କ ସହ ସେୟାର କରିବି ?

"ଉଇକିମାନିଆ ୨୦୨୪ରେ ଓଡ଼ିଆ ଉଇକିଆଳି"ଙ୍କୁ ଉତ୍ତର

ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସ ୟୁଜର୍ ଗ୍ରୁପ୍ ତରଫରୁ ଏକ ବୈଷୟିକ ଆଲୋଚନା ବିଷୟରେ ସୂଚନା ।

2
Chinmayee Mishra (ଆଲୋଚନାଅବଦାନ)

ଆଦରର ଓଡିଆ ଉଇକିଆଳି,
ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସ ୟୁଜର୍ ଗ୍ରୁପ୍, ଉଇକିମିଡିଆ ପ୍ରୋଜେକ୍ଟରେ ସହଯୋଗ କରୁଥିବାବେଳେ ବିଭିନ୍ନ ବୈଷୟିକ ପ୍ରସଙ୍ଗରେ ସମ୍ପ୍ରଦାୟର ସଦସ୍ୟଙ୍କ ଆବଶ୍ୟକତା ବୁଝିବା ପାଇଁ ଏକ ସମ୍ପ୍ରଦାୟର ବୈଷୟିକ ପରାମର୍ଶ ପ୍ରକ୍ରିୟାକୁ ପରିଚାଳନା କରୁଛି । ଏହାର ଲକ୍ଷ୍ୟ ହେଉଛି ଭାରତୀୟ ଭାଷାର ଉଇକି ସମ୍ପ୍ରଦାୟଗୁଡିକରେ ଥିବା ଅସୁବିଧା / ଚ୍ୟାଲେଞ୍ଜଗୁଡ଼ିକୁ ଭଲ ଭାବରେ ଜାଣିବା , ସାଧାରଣ ସମସ୍ୟାଗୁଡିକ ବୁଝିବା ଏବଂ ଭବିଷ୍ୟତର ଟେକନିକାଲ ବିକାଶ କାର୍ଯ୍ୟକଳାପକୁ ଶୃଙ୍ଖଳିତ କରିବା ।

ଏଥିପାଇଁ ପ୍ରଥମ ପଦକ୍ଷେପ ହେଉଛି ଏକ ସର୍ବେକ୍ଷଣ ଯେଉଁଠାରେ ଆପଣଙ୍କର ସାଧାରଣ ସମସ୍ୟା, ଧାରଣା ଇତ୍ୟାଦି ରିପୋର୍ଟ କରିବେ । ଦୟାକରି ଏହି ଲିଙ୍କରେ ସର୍ଭେ ପୁରଣ କରନ୍ତୁ (ନିଜ ପସନ୍ଦର ଭାଷାରେ) https://docs.google.com/forms/d/e/1FAIpQLSfvVFtXWzSEL4YlUlxwIQm2s42Tcu1A9a_4uXWi2Q5jUpFZzw/viewform?usp=sf_link ସର୍ଭେ ପୁରା କରିବାର ଶେଷ ତାରିଖ ହେଉଛି ୨୧ ସେପ୍ଟେମ୍ବର୨୦୨୪

ଏହି କାମ ବିଷୟରେ ଅଧିକ ପଢିବାକୁ , ଏହି ପୃଷ୍ଠା ଦେଖନ୍ତୁ : https://w.wiki/AV78 ଉପରୋକ୍ତ ଲିଙ୍କରେ ଓଡିଆରେ ପଢିବା ପାଇଁ ସର୍ଭେ ଉପଲବ୍ଧ ଅଛି । ଯଦି ଆପଣ ଏକାଧିକ ପ୍ରସଙ୍ଗ କିମ୍ବା ଧାରଣା ରିପୋର୍ଟ କରିବାକୁ ଚାହାଁନ୍ତି ତେବେ ଆପଣ ଏକାଧିକ ଥର ସର୍ଭେ ପୂରଣ କରିପାରିବେ ।

ଆପଣଙ୍କ ଅବଦାନ ପାଇଁ ଧନ୍ୟବାଦ!
ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସଙ୍କ ତରଫରୁ,
ଶୁଭେଚ୍ଛା ସହ
ଚିନ୍ମୟୀ

Chinmayee Mishra (ଆଲୋଚନାଅବଦାନ)

ଆଉ ଦୁଇ ଦିନରେ ଏହି ସର୍ଭେ ସମୟସୀମା ସରୁଛି । ସଭିଙ୍କୁ ଉପର ଲିଙ୍କରେ ଯାଇ ସର୍ବେକ୍ଷଣଟି ପୁରା କରିବାକୁ ଅନୁରୋଧ ।

"ଇଣ୍ଡିକ୍ ମିଡିଆ ଉଇକି ଡେଭଲପର୍ସ ୟୁଜର୍ ଗ୍ରୁପ୍ ତରଫରୁ ଏକ ବୈଷୟିକ ଆଲୋଚନା ବିଷୟରେ ସୂଚନା ।"ଙ୍କୁ ଉତ୍ତର
MediaWiki message delivery (ଆଲୋଚନାଅବଦାନ)

Dear Wikimedians,

We are excited to share our July newsletter, highlighting the impactful initiatives undertaken by CIS-A2K over the past month. This edition provides a detailed overview of our events and activities, offering insights into our collaborative efforts and community engagements and a brief regarding upcoming initiatives for next month.

In the Limelight- NEP Study Report
Monthly Recap
Coming Soon - Upcoming Activities

You can access the newsletter here.
To subscribe or unsubscribe to this newsletter, click here.

Regards

"A2K Monthly Report for July 2024"ଙ୍କୁ ଉତ୍ତର